ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ନିଲାମ କରାଯିବ। ଏହା ସେପ୍ଟେମ୍ବର ୧୪ରୁ ଅନ୍ଲାଇନ୍ରେ ଆରମ୍ଭ ହେବ ବୋଲି ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୂଚନା ଦେଇଛନ୍ତି। ମୋଦିଙ୍କୁ ମିଳିଥିବା ୨ ହଜାର ୭ ଶହ ୭୨ଟି ଉପହାରର ନିଲାମ କରାଯିବ। ନିଲାମର ସର୍ବନିମ୍ନ ମୂଲ୍ୟ ୨ ଶହ ଟଙ୍କା ଥିବାବେଳେ ସର୍ବାଧିକ ୨.୫ ଲକ୍ଷ ଟଙ୍କା ରହିଛି। ସୂଚନାଯୋଗ୍ୟ, ମୋଦିଙ୍କୁ ମିଳିଥିବା ୧୮ ଶହ ଉପହାର ଚଳିତ ବର୍ଷ ଜାନୁୟାରୀରେ ନିଲାମ କରାଯାଇଥିଲା। ଏହା ୧୫ ଦିନ ଧରି ଚାଲିଥିଲା। ଏହି ନିଲାମରୁ ମିଳିଥିବା ଅର୍ଥ କେନ୍ଦ୍ର ସରକାରଙ୍କ ନମାମି ଗଙ୍ଗେ ପ୍ରକଳ୍ପରେ ବିନିଯୋଗ କରାଯାଇଥିଲା।