Categories: ଜାତୀୟ

ମୋଦିଙ୍କୁ ମିଳିବ ଆଉ ଏକ ସମ୍ମାନ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ। ଏହା ତାଙ୍କୁ ମିଳିଥିବା ବିଭିନ୍ନ ଦେଶର ସମ୍ମାନ ପ୍ରମାଣିତ କରେ। ନିକଟରେ ସେ ୟୁଏଇ ଗସ୍ତ କରିଥିବା ବେଳେ ତାଙ୍କୁ ସେଠାକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଜାୟଦ ମେଡାଲ’ ମିଳିଥିଲା। ଏବେ ପୁଣିଥରେ ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟସ୍‌ ଫାଉଣ୍ଡେଶନ ତରଫରୁ ତାଙ୍କୁ ସମ୍ମାନୀତ କରାଯିବ ବୋଲି ସୂଚନା ମିଳିଛି। ସୋମବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟୁଇଟ୍‌ କରି ଏହା ଜଣାଇଛନ୍ତି। ତେବେ ସ୍ବଚ୍ଛ ଭାରତ ଅଭିଯାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ। ଆମେରିକା ଗସ୍ତ ସମୟରେ ମୋଦି ଏହି ସମ୍ମାନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Share