Categories: ଜାତୀୟ

‘ମୋଦିଙ୍କୁ ମିଳୁ ଭାରତ ରତ୍ନ’

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ସାହସିକତାର ନିଷ୍ପତ୍ତି ପାଇଁ ତାଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଛନ୍ତି ଭାଜପା ଏମ୍‌ପି ଗୁମାନ ସିଂ। ସୋମବାର ଶୂନ୍ୟକାଳରେ ସେ ଲୋକ ସଭାରେ ଏହି ପ୍ରସଙ୍ଗ ଉଠାଇ ମୋଦିଙ୍କୁ ଭାରତ ରତ୍ନ ସମ୍ମାନ ମିଳିବା ଉଚିତ୍‌ ବୋଲି କହିଥିଲେ। ଗୁମାନ ମଧ୍ୟ ପ୍ରଦେଶର ରତଲାମ ଲୋକ ସଭା ଆସନରୁ ଏମ୍‌ପି ଅଛନ୍ତି। ମୋଦି ଜୀ ଜଣେ ଯୁଗପୁରୁଷ। ତାଙ୍କର ଏହି ନିଷ୍ପତ୍ତି କୋଟି କୋଟି ଭାରତୀୟଙ୍କୁ ଖୁସି ପ୍ରଦାନ କରିଛି। ଅନ୍ୟ ଦେଶମାନେ ମୋଦିଙ୍କୁ ପୁରସ୍କାର ଦେଉଥିବାବେଳେ ଆମ ଦେଶ କାହିଁକି ଦେବ ନାହିଁ ବୋଲି ସେ କହିଛନ୍ତି।

Share