Categories: ଜାତୀୟ

ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍‌ ଲାଗି ଅଣୁଅସ୍ତ୍ର ରଖିନି

ଶ୍ରୀନଗର,୨୩ା୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ପଣୀକୁ ନେଇ ଭର୍ସନା କରିଛନ୍ତି। ରବିବାର ରାଜସ୍ଥାନର ବାର୍ମେରଠାରେ ମୋଦି ଏକ ନିର୍ବାଚନୀ ସଭାରେ ଭାରତ ପରମାଣୁ ବୋମା ଦୀପାବଳିରେ ଫୁଟାଇବା ଲାଗି ରଖିନାହିଁ ବୋଲି ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ। ମୋଦିଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରି ପାକିସ୍ତାନ ଇଦ୍‌ ଲାଗି ପରମାଣୁ ବୋମା ରଖିନାହିଁ ବୋଲି କହିଛନ୍ତି। ଏଭଳି ହୀନ ମନ୍ତବ୍ୟ ମୋଦି କାହିଁକି ଦେଉଛନ୍ତି ବୋଲି ମେହବୁବା ଟୁଇଟ କରିଛନ୍ତି। ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ହେଲେ ଜଣେ ପ୍ରଧାନମନ୍ତ୍ରୀଙ୍କ ଭାଷା ଏଭଳି ହେବା ଅନୁଚିତ ବୋଲି ମେହବୁବା କହିଛନ୍ତି। ପ୍ରକାଶଥାଉକି ଆତଙ୍କବାଦ ଓ ପାକିସ୍ତାନର ହାବଭାବକୁ ନେଇ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଓ ବାଲାକୋଟ ଆକ୍ରମଣକୁ ନେଇ ମୋଦି ବାର୍ମେର ରାଲିରେ ବର୍ଷିଥିଲେ। ପାକିସ୍ତାନର ବାରମ୍ବାର ପରମାଣୁ ବୋମା ଧମକକୁ ଭାରତ ଡରିନାହିଁ ବୋଲି ସେ କହିଥିଲେ।

Share