Posted inଜାତୀୟ

ମୋଦିଙ୍କୁ ରାଖୀ ବନ୍ଧିବା ସହ ଉପହାର ଦେଲେ ଭଉଣୀ କ୍ୱାମର ମୋହସିନ୍‌

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ଭାଇ ବୋଲି ସମ୍ମାନ କରିବା ସହ ପ୍ରତିବର୍ଷ ରାଖୀ ବାନ୍ଧୁଥିବା ପାକିସ୍ତାନୀ ଭଉଣୀ କ୍ୱାମର ମୋହସିନ୍‌ ଶେଖ୍‌ ଗୁରୁବାର ରାଖୀ ପୂର୍ଣ୍ଣିମା ଅବସରରେ ଚଳିତ ବର୍ଷ ମୋଦିଙ୍କ ହାତରେ ରାଖୀ ବାନ୍ଧିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସ୍ବାମୀଙ୍କ ହାତ ତିଆରି ଏକ ପେଣ୍ଟିଂ ମଧ୍ୟ ସେ ମୋଦିଙ୍କୁ ଉପହାର ଦେଇଛନ୍ତି। ରାଖୀ ପିନ୍ଧାଇବା ପରେ ୭ ଲୋକ କଲ୍ୟାଣ ମାର୍ଗରୁ ବାହାରିବା ବେଳେ ସେ ଖବରଦାତାଙ୍କୁ କହିଛନ୍ତି ଗତବର୍ଷ ରାଖୀ ପିନ୍ଧାଇ ସେ ମୋଦିଙ୍କ ସଫଳତା କାମନା କରିଥିବା ବେଳେ ଗତ ୫ ବର୍ଷ ତାଙ୍କ ପାଇଁ ଭଲରେ କଟିଛି। ସେମିତି ଚଳିତ ବର୍ଷ ସେ ମୋଦିଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରିଥିବା କହିଛନ୍ତି।

 

ସୂଚନାଯୋଗ୍ୟ, ପାକିସ୍ତାନ ବାସିନ୍ଦା କ୍ୱାମର ମୋହସିନ ଗୁଜରାଟ ଅହମ୍ମଦାବାଦର ଜଣେ ଚିତ୍ରଶିଳ୍ପୀଙ୍କୁ ବିବାହ କରିବା ପରଠାରୁ ସେ ଭାରତରେ ରହୁଛନ୍ତି। ଆଉ ମୋଦି ଆର୍‌ଏସ୍‌ଏସ୍‌ର ସଦସ୍ୟ ଥିବା ବେଳେ କ୍ୱାମର ମୋହସିନ ତାଙ୍କୁ ଦିଲ୍ଲୀରେ ସାକ୍ଷାତ୍‌ କରିଥିଲେ। ଏହାପରେ କିଛି ବର୍ଷ ହେବ ସେ ମୋଦିଙ୍କ ହାତରେ ରାଖୀ ବାନ୍ଧିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ କଡ଼ା ସମାଲୋଚନା କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୧୨: ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ବାଦ୍‌ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର...

୭୧,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ନୂଆଦିଲ୍ଲୀ,୨୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ହଜାରରୁ ଅଧିକ ଯୁବକଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।...

ସମ୍ଭଲରୁ ମିଳିଲା ୧୫୦ ବର୍ଷର ପୁରୁଣା କୂଅ, ସୁଡ଼ଙ୍ଗ

ସମ୍ଭଲ, ୨୩।୧୨: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଚନ୍ଦୌସିଠାରେ ରବିବାର ଏକ ଜମିକୁ ଖନନ କରାଯାଉଥିବାବେଳେ ୧୫୦ ବର୍ଷର ପୁରୁଣା ଏକ ବିଶାଳକାୟ ପାହାଚ ବିଶିଷ୍ଟ କୂଅ ମିଳିଛି। ସେହିପରି...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

କୁଏତ ଗସ୍ତ ସାରି ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୨: ଦୁଇ ଦିନିଆ କୁଏତ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି। କୁଏତରେ ପ୍ରଧାନମନ୍ତ୍ରୀ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମରେ...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri