ମୋଦିଙ୍କୁ ରାଷ୍ଟ୍ରପତି କହିଲେ ଇମ୍ରାନ୍‌

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତୁଣ୍ଡ ଖସିଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତର ରାଷ୍ଟ୍ରପତି ବୋଲି କହିଥିଲେ। କ୍ରିକେଟରରୁ ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ୍‌ ଗତ ଏପ୍ରିଲରେ ଇରାନ ରାଷ୍ଟ୍ରପତି ହାସନ ରୁହାନିଙ୍କ ସହ ତେହେରାନରେ ମିଳିତ ଖବରଦାତା ସମ୍ମିଳନୀରେ ଭୁଲ୍‌ବଶତଃ ଜର୍ମାନ ସୀମାରେ ଜାପାନ ଅବସ୍ଥିତ ବୋଲି କହିଥିଲେ, ଯାହା ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲା।

Share