ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲମାବାଦ, ୨୩।୫: ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ନିଜ ଟୁଇଟର୍‌ ଲେଖିଛନ୍ତି, ଭାଜପାର ଏହି ବିଶାଳ ବିଜୟ ପାଇଁ ଶୁଭେଚ୍ଛା ଜଣାଉଛିି। ଦକ୍ଷିଣ ଏସିଆରେ ଶାନ୍ତି, ଉନ୍ନତି ଓ ସୌହାର୍ଦ୍ଧ୍ୟ ବଜାୟ ରହିବ ବୋଲି ଆଶା କରୁଛି। ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟୁଇଟ ଏବଂ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ ରହିଛନ୍ତି।

Share