ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ସଲମାନ୍‌

୧୭ତମ ସାଧାରଣ ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିଛି। ସମଗ୍ର ଦେଶବାସୀ ଭାଜପାର ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ର ଅଭିନେତା ଅଭିନେତ୍ରୀମାନେ। ପୂର୍ବରୁ ଅଜୟ ଦେବଗନ, ସୋଫି ଚୌଧୁରୀ, ବରୁଣ ଧାଓ୍ବନ୍‌, ହେମାମାଳିନୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ସଲମାନ ଖାନ୍‌ ଏବଂ ଶିଳ୍ପା ସେଟ୍ଟୀ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share