ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ମୋଦିଙ୍କ ନିକଟକୁ ଦେଶ ତଥା ବିଦେଶର ବହୁ ମାନ୍ୟଗଣ ବ୍ୟକ୍ତି ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ଏହି କ୍ରମରେ ବଲିଉଡ୍‌ କଳାକାରମାନେ ମଧ୍ୟ ମୋଦିଙ୍କୁ ଅଭିନନ୍ଦନ ଜଣାଉଥିବା ଦେଖାଯାଉଛି। ସଲମାନ ଖାନ, ଅନୁପମ ଖେର, ଅକ୍ଷୟ କୁମାର, ରଜନୀକାନ୍ତ ଏବଂ ବରୁଣ ଧଓ୍ବନଙ୍କ ପରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ, ମୋଦି ଓ ଭାଜପାକୁ ଜିତ୍‌କୁ ନେଇ ଶୁଭେଚ୍ଛା ଜଣାଇଛନ୍ତି।

ଭାଜପାର ବିଜୟରେ ଲୋକତନ୍ତ୍ର ଜିତିଛି। ଦେଶର ବିକାଶ କରିବାକୁ ନେଇ ସ୍ପଷ୍ଟ ଥିବା ବ୍ୟକ୍ତିକୁ ବହୁମତ ମିଳିଛି। ଏଣୁ ଜଣେ ଗର୍ବିତ ଭାରତୀୟ ଭାବେ ମୋଦି ଏବଂ ଭାଜପା ନେତାମାନଙ୍କୁ ଅଭିନନ୍ଦନ ବୋଲି ସେ କହିଛନ୍ତି।

Share