ମୋଦିଙ୍କୁ ସର୍ପ ଦଂଶନରେ ମାରିବାକୁ ଧମକ ଦେଲେ ପାକିସ୍ତାନୀ ପପ୍‌ ଗାୟିକା

ଇସ୍‌ଲାମାବାଦ,୪।୯: ଏବେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପପ୍‌ ଗାୟିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖି ଲୋକେ ହସି ହସି ବେଦମ୍‌ ହେଉଛନ୍ତି। କେବଳ ଭାରତୀୟ କାହିଁକି ପାକିସ୍ତାନୀମାନେ ମଧ୍ୟ ଏହାକୁ ଦେଖି ବିଭିନ୍ନ ପ୍ରକାର କମେଣ୍ଟ କରୁଥିବା ଦେଖାଯାଇଛି। ଉକ୍ତ ଭିଡିଓରେ ପପ୍‌ ଗାୟିକା ରାବି ଫିରଜାଦା ମୋଦିଙ୍କୁ ସର୍ପ ଦଂଶନର ଦମକ ଦେଉଛନ୍ତି। ୫୦ ସେକେଣ୍ଡର ଏହି ଭିଡିଓକୁ ଏବେ ବହୁ ପରିମାଣରେ ଶେୟାର କରାଯାଉଛି। ଏହି ଭିଡିଓରେ ରାବି ସାପ ଓ କୁମ୍ଭୀର ଜରିଆରେ ପ୍ରତିଶୋଧ ନେବାକୁ କହୁଛନ୍ତି। କେତେ ଗୁଡିଏ ସାପକୁ ହାତରେ ଧରି ସେ ଭାରତ ବିରୋଧରେ ବିଷ ଓଗାଳୁଛନ୍ତି। ସେ କହିଛନ୍ତି, ‘ମୋଦି ତୁମେ କଶ୍ମୀରବାସୀଙ୍କୁ ହଇରାଣ କରୁଛନା ଦେଖ ମୁଁ ତୁମ ପାଇଁ କ’ଣ ନେଇ ଆସିଛି। ସୋ ଗେଟ୍‌ ରେଡି ଟୁ ଡାଏ ଇନ୍‌ ହେଲ୍‌। ଆଉ ମୋର ଯେଉଁ ବନ୍ଧୁ ମାନେ ଅଛନ୍ତି ସେମାନେ ତୁମକୁ ନେଇ ଭୋଜି କରିବେ’ ବୋଲି ଶେଷରେ ରାବି କହିଛନ୍ତି। ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର ସଞ୍ଜୟ ଦାସଓ୍ବାନି କହିଛନ୍ତି, ‘ରାବିଙ୍କୁ କଶ୍ମୀର ନୁହେଁ ହମଦର୍ଦର ରୁଅବ୍‌ଜା ଦେଇ ଦିଅନ୍ତୁ ସେ ଥଣ୍ଡା ହୋଇଯିବେ’। କେବଳ ଏତିକି ନୁହେଁ ଆହୁରି କିଛି କମେଣ୍ଟ ମଧ୍ୟ ଆସିଛି ରାବିଙ୍କ ଏହି ଭିଡିଓ ଦେଖିବା ପରେ।

Share