Categories: ଜାତୀୟ

ମୋଦିଙ୍କୁ ସୋନିଆଙ୍କ ଚିଠି

ନୂଆଦିଲ୍ଲୀ,୧୬।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ସୋନିଆ ଅସନ୍ତୁଷ୍ଟ ହୋଇଛନ୍ତି। ପତ୍ର ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି କି କରୋନା ମହାମାରୀ ସମୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବା ଅର୍ଥ ଜନତାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିବା। ତେଣୁ ଏହାକୁ ମୋଦି ସରକାର ଫେରାଇ ନିଅନ୍ତୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ସରକାର ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି କରି ଅତିରିକ୍ତ ବଜେଟ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ମୋଦି ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳତାର ପାଠ ପଢାଉଛନ୍ତି ସେତେବେଳେ ଜନତାଙ୍କ ଉପରେ ଆର୍ଥିକ ବୋଝ ଲଦିଦେବା ଉଚିତ ନୁହେଁ ବୋଲି ସୋନିଆ କହିଛନ୍ତି।

Share