ମୋଦିଙ୍କ ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ଆମେରିକାରେ ନିର୍ବାଚନୀ ପ୍ରଚାର କରିଥିବା ବିରୋଧୀ କହିିଲେ

ଓ୍ବାଶିଂଟନ,୨୩।୯: ଆମେରିକା ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୋଦି କଥା ଛଳରେ ସେଠାରେ କହିଥିଲେ ଯେ, ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’। ତେବେ ଏହାକୁ ନେଇ ମୋଦିଙ୍କୁ ବିରୋଧୀ ଦଳ ଘେରିଛନ୍ତି। ମୋଦି ଆମେରିକାରେ ଟ୍ରମ୍ପ୍‌ଙ୍କ ପାଇଁ ନିର୍ବାଚନୀ ପ୍ରଚାର କରି ଭାରତର ବିଦେଶନୀତିର ଖୋଲା ଖୋଲି ଉଲ୍ଲଂଘନ କରିଥିବା କଂଗ୍ରେସ ସଦସ୍ୟ ଆନନ୍ଦ ଶର୍ମା କହିିଛନ୍ତି। ଟ୍ରମ୍ପ୍‌ଙ୍କ ପ୍ରଶଂସା କରୁକରୁ ମୋଦି ଶେଷରେ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ବୋଲି ଏହି ମନ୍ତବ୍ୟ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ଲୋକ କମେଣ୍ଟ ଦେଇଛନ୍ତି।

Share