ମୋଦିଙ୍କ ଆତ୍ମନିର୍ଭର ଅଭିଯାନ: ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ଜୁନ୍‌ ୧ରୁ ବିକ୍ରି ହେବ ସ୍ବଦେଶୀ ଉତ୍ପାଦ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆତ୍ମନିର୍ଭର ଅଭିଯାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଭାରତୀୟ ସ୍ବଦେଶ ଉତ୍ପାଦ କିଣିବା ଦ୍ୱାରା ଦେଶର ଅର୍ଥନୀତିରେ ସୁଧାର ଆସିପାରିବ ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଗୁରୁତ୍ୱ ଉପଲବ୍ଧି କରି ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଦେଶରେ ଥିବା ସମସ୍ତ ସେଣ୍ଟ୍ରାଲ ଆମର୍ଡ ପୋଲିସ ଫୋର୍ସ (ସିଏପିଏଫ୍‌) କ୍ୟାଣ୍ଟିନ୍‌ରେ ସ୍ବଦେଶ ଉତ୍ପାଦ ବିକ୍ରି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟୁଇଟ୍‌ କରି ବୁଧବାର ସୂଚନା ଦେଇଛନ୍ତି। ଜୁନ୍‌ ୧ଠାରୁ ଏଭଳି କରାଯିବ। ଏହାଦ୍ୱାରା ୧୦ ଲକ୍ଷ ସିଏପିଏଫ୍‌ କର୍ମଚାରୀଙ୍କ ୫୦ ଲକ୍ଷ ପରିବାର ସଦସ୍ୟ ସ୍ବଦେଶୀ ଉତ୍ପାଦର ବ୍ୟବହାର କରିବାର ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି।

Share