Categories: ଜାତୀୟ

ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି ଶପଥଗ୍ରହଣ ଉତ୍ସବରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେଇଥିବା ବେଳେ ସେ ସମସ୍ତଙ୍କର ଆଶିଷ ଭିକ୍ଷା କରିଛନ୍ତି। କେଜରିଓ୍ବାଲ କହିଛନ୍ତି ଏହା ତାଙ୍କର ବିଜୟ ନୁହେଁ ସାଧାରଣ ଜନତାଙ୍କ ବିଜୟ। ଆଗାମୀ ୫ ବର୍ଷ ପାଇଁ ସେ ଦିଲ୍ଲୀର ପ୍ରାୟ ୨ କୋଟି ଜନତାଙ୍କ ସହଯୋଗ ମାଗିଛନ୍ତି। ଆଉ ଦିଲ୍ଲୀର ବିକାଶ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ଏହି ଶପଥ ଗ୍ରହଣ ସମାରୋହକୁ କେଜରିଓ୍ବାଲ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସେ କିନ୍ତୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ରବିବାର ବାରାଣସୀ ଗସ୍ତ କରିଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତିି।

Share