ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୀର୍ଘ ୪୫ ମିନିଟ୍‌ ଆଲୋଚନା ହୋଇଥିଲା। କଥାବାର୍ତ୍ତା ମଝିରେ ହଠାତ୍‌ ମୋଦି ହିନ୍ଦୀରେ କିଛି କହିବାରୁ ଟମ୍ପ୍‌ କହିଥିଲେ,ମୋଦିଙ୍କ ଇଂରାଜୀ କହିବା ଶୈଳୀ ବେଶ୍‌ ଭଲ କିନ୍ତୁ ସେ କହିବାକୁ ଚାହୁଁନାହାନ୍ତି। ଏହାଶୁଣି ଉପସ୍ଥିତି ଖବରଦାତାଙ୍କ ସମେତ ଖୋଦ୍‌ ମୋଦି ମଧ୍ୟ ଜୋରରେ ହସିବାକୁ ଲାଗିଥିଲେ। ତତ୍‌କ୍ଷଣାତ୍‌ ଟ୍ରମ୍ପଙ୍କ ସହ ଜୋରରେ ହାତମିଳାଇ ଥିଲେ ମୋଦି। ସୂଚନାଯୋଗ୍ୟ, ସୋମବାର ହୋଇଥିବା ଏହି ମୋଦି-ଟ୍ରମ୍ପ୍‌ ସାକ୍ଷାତକୁ ସାରା କେବଳ ଭାରତ, ଆମେରିକା ନୁହେଁ ପାକିସ୍ତାନର ମଧ୍ୟ ନଜର ରହିଥିଲା। ଜମ୍ମୁ-କଶ୍ମୀରରୁ ୩୭୦ ଉଠିବା ପରେ ପାକିସ୍ତାନ ଯେଉଁଭଳି ବିଶ୍ୱ ନେତାଙ୍କ ସହାୟତା ଲୋଡିଥିଲା। କିନ୍ତୁ ଟ୍ରମ୍ପ୍‌ କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ବୀକାର କରିବା ପରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି।

Share