କୋଲକାତା, ୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇ ନିର୍ବାଚନ କମଶନଙ୍କ ନିକଟରେ ଫେରାଦ ହୋଇ ତୃଣମୂଳ କଂଗ୍ରେସ। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି ଟିଏମସି ଅଭିଯୋଗ କରିଛି। ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ ୧୭ ସଂଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଥିଲାବେଳେ ମୋଦି ଏହାପରେ କେଦାରନାଥ ଓ ବଦ୍ରିନାଥ ମନ୍ଦିର ଯାଇଥିବାର ଭିଜୁଆଲ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେଦାରନାଥର ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ ମୋଦି। ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଥିବା ଟିଏମସି କହିଛି।