Categories: ଜାତୀୟ

ମୋଦିଙ୍କ ଗସ୍ତରେ କଳା ପତାକା

ବାରାଣାସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବାରାଣାସୀ ଗସ୍ତରେ ଆସିଛନ୍ତି। ମୋଦିଙ୍କ ଗସ୍ତ ସମୟରେ ଜଣେ ସମାଜବାଦୀ ପାର୍ଟି(ଏସ୍‌ପି) କର୍ମକର୍ତ୍ତା କଳା ପତାକା ପ୍ରଦର୍ଶନ କରିଛନ୍ତି। ଜଗମବାଡ଼ି ମଠରୁ ବିଏଚ୍‌ୟୁ ହେଲିପ୍ୟାଡ୍‌ ଆଡକୁ ଯାଉଥିବା ସମୟରେ ଏସ୍‌ପି କର୍ମକର୍ତ୍ତା ଜଣକ ବ୍ୟାରିକେଡ୍‌ ଭାଙ୍ଗି ମୋଦିଙ୍କୁ କଳା ପତାକା ଦେଖାଇଛନ୍ତି। କଳା ପତାକା ଦେଖାଇଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି।

Share