ମୋଦିଙ୍କ ଚିଠିର ଉତ୍ତର ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୨: ଚାଇନାରେ କରୋନାଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏଥିଯୋଗୁ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଚାଇନା ସହ ଏହି ଭୂତାଣୁ ବିଶ୍ୱର ଅନ୍ୟ ଦେଶଗୁଡିକରେ ମଧ୍ୟ ପ୍ରଭାବ ପକାଉଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଲେଖିଥିବା ଏକ ଚିଠିର ଉତ୍ତର ସୋମବାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଆସିଛି। ଚାଇନା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, କରୋନାଭାଇରସ୍‌ ସମସ୍ୟା ସହ ମୁକାବିଲା ପାଇଁ ଭାରତ ପକ୍ଷରୁ କରାଯାଇଥିବା ସମର୍ଥନ ପାଇଁ ଧନ୍ୟବାଦ। ଭାରତ ପକ୍ଷରୁ ଏଭଳି କୁହାଯିବା ଏହା ଚାଇନା ସହ ଭାରତର ଗଭୀର ବନ୍ଧୁତ୍ୱକୁ ଦର୍ଶାଉଛି। ଏଥିସହ ଭାରତ ଓ ବିଶ୍ୱର ସମସ୍ତ ଦେଶ ସହ ମିଳିମିଶି ଚାଇନା ଏହା ଉପରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି। ଫଳରେ କରୋନା ଭଳି ମହାମାରୀ ବିରୋଧରେ ଲଢ଼ାଯାଇପାରିବ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ କରୋନାଭାଇରସ୍‌ ଯୋଗୁ ଚାଇନାରେ ହୋଇଥିବା କ୍ଷତି ଉପରେ ଶୋକ ପ୍ରକାଶ କରିଥିଲେ। ଆଉ ଏଥିପାଇଁ ଭାରତ ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ମୋଦି ସି ଜିନ୍‌ପିଙ୍ଗ୍‌ଙ୍କୁ ଏକ ପ୍ରସ୍ତାବ ଦେଇଥିଲେ।

Share