Categories: ଜାତୀୟ

ମୋଦିଙ୍କ ଚିନ୍ତାଧାରା ଦେଶର ଅର୍ଥନୀତିକୁ ବିଗାଡି ଦେଇଛି: ରାହୁଲ

ନୂଆଦିଲ୍ଲୀ,୬।୩: ଦେଶରେ ୟେସ୍‌ ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ଏହି ପ୍ରସଙ୍ଗରେ ରାହୁଲ ଟୁଇଟ୍‌ କରି କହିଛନ୍ତି ମୋଦିଙ୍କ ଚିନ୍ତାଧାରା ଯୋଗୁ ଆଜି ଦେଶର ଅର୍ଥନୀତି ବିଗିଡି ଯାଇଛି। ସୂଚନାଯୋଗ୍ୟ, ଗୁରୁବାର ୟେସ୍‌ ବ୍ୟାଙ୍କର ଏଟିଏମ୍‌ କାମ ନ କରିବା, ଅନ୍‌ ଲାଇନ୍‌ ଟ୍ରାଞ୍ଜାକଶନ୍‌ ନ ହେବା ଗ୍ରାହକଙ୍କୁ ଚିନ୍ତାରେ ପକାଇଥିଲା। ଏପଟେ ଶୁକ୍ରବାର ସକାଳୁ ପ୍ରତି ଗ୍ରାହକ ମାତ୍ର ୫୦ ହଜାର ଟଙ୍କା ଉଠାଇ ପାରିବାକୁ କୁହାଯାଇଥିବା ବେଳେ ଲୋକଙ୍କର ଲମ୍ବା ଲାଇନ୍‌ ବ୍ୟାଙ୍କ ସାମ୍ନାରେ ଦେଖିବାକୁ ମିଳିଥିଲା। ଫଳରେ ଜନ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିବା ଦେଖାଯାଇଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ତେବେ ମୋଦିଙ୍କ ଚିନ୍ତାଧାରା ଯୋଗୁ ଦେଶର ଏଭଳି ପରିସ୍ଥିତି ଉପୁଜିଥିବା ରାହୁଲ କହିଥିବା ବେଳେ ସାଧାରଣ ଜନତା ମଧ୍ୟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଥିବା ଲକ୍ଷ୍ୟ କରାଯାଇଛି।

Share