Categories: ଜାତୀୟ

ମୋଦିଙ୍କ ଜନ୍ମଦିନକୁ ‘ସେବା ସପ୍ତାହ’ ଭାବେ ପାଳନ କରିବ ଭାଜପା

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ନିଆରା ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ସେପ୍ଟେମ୍ବର ୧୭ରେ ମୋଦିଙ୍କ ଜନ୍ମଦିନ ପଡୁଥିବା ବେଳେ ଭାଜପା ପକ୍ଷରୁ ଏହାକୁ ସର୍ଭ ଦ ପିପୁଲ ଓ୍ବିକ୍‌ ବା ‘ସେବା ସପ୍ତାହ’ ଭାବେ ପାଳନ କରିବାକୁ ଭାଜପା ନିଷ୍ପତ୍ତି ନେଇଛି। ଏହା ସେପ୍ଟେମ୍ବର ୧୪ରୁ ୨୦ ପର୍ଯ୍ୟନ୍ତ ପାଳନ କରାଯିବ। ତେବେ ଏହି ସମୟରେ କିକି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Share