Categories: ଜାତୀୟ

ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବେ ‘ନାରୀ ଶକ୍ତି’ ପୁରସ୍କାର ବିଜୟିନୀ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ତାଙ୍କ ବାସଭବନରେ ‘ନାରୀ ଶକ୍ତି’ ବିଜୟିନୀଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଦିନ ଏହି ମହିଳାମାନେ ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡେଲ କରିବେ ବୋଲି ସୂଚନା ମିଳିଛି। ଯେଉଁ ନାରୀମାନଙ୍କର କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେବ ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ମୋଦି ସେହି ନାରୀମାନଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡେଲ କରିବାକୁ ଦେବେ ବୋଲି କହିଛନ୍ତି। ଏମାନଙ୍କ କାହାଣୀ #SheInspiresUs ବ୍ୟବହାର କରାଯାଇ ଶେୟାର କରାଯିବ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ରବିବାର ରାଷ୍ଟ୍ରପତି ଭବନରେ ଏକ ବିଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ନାରୀ ଶକ୍ତି’ ପୁରସ୍କାର ପ୍ରଦାନ କରିବେ।

Share