Categories: ଜାତୀୟ

ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ଫାରୁଖ ଅବଦୁଲ୍ଲା: ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ବର୍ହିର୍ବ୍ୟାପାର ତଥା ଅର୍ଥ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରଧାନମନ୍ତ୍ର୍‌ୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଏକ ଟୁଇଟ ଜରିଆରେ ସେ କହିଛନ୍ତି, ମୋଦିଙ୍କ ତୁଳନାରେ ଅଧିକ ରାଷ୍ଟ୍ରବାଦୀ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା। ସେ ଫାରୁଖଙ୍କ ଅଟକ ଅବଧି ବୃଦ୍ଧିକୁ ନେଇ ସମାଲୋଚନା କରିଛନ୍ତି। ତାଙ୍କ ଅଟକ ଅବଧି ଆଉ ୩ ମାସ ବାଇବା ଦୁଃଖଦ କଥା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଫାରୁକ ଅବଦୁଲ୍ଲାଙ୍କୁ ଅଟକ ରଖାଯାଇଥିଲା। ୩ଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଫାରୁଖ ଗତ ଅଗଷ୍ଟ ୫ ତାରିଖରୁ ନିଜେ ଘରେ ରହୁଛନ୍ତି। ତାଙ୍କ ଘର ଏବେ ସବ-ଜେଲରେ ପରିବର୍ତ୍ତନ ହୋଇଛି।

Share