Categories: ଜାତୀୟ

ମୋଦିଙ୍କ ନବରତ୍ନରେ ସ୍ଥାନ ପାଇବେ କିଏ?

ନୂଆଦିଲ୍ଲୀ, ୨୭।୫: ମେ ୩୦ରେ ଦେଶର ୧୭ତମ ଲୋକ ସଭାର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ତେବେ ମୋଦିଙ୍କ ରବରତ୍ନ ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ସେ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା। ନବରତ୍ନଙ୍କ ପ୍ରଥମ ସ୍ଥାନରେ ରାଜନାଥ ସିଂ ଏବଂ ଅମିତ ଶାହ ରହିଛନ୍ତି। ଶାହ ଭାଜପାର ବିପୁଳ ବଜୟର କର୍ଣ୍ଣଧାର ସାଜିଥିବାବେଳେ ରାଜନାଥଙ୍କ ଲୋକପ୍ରିୟତା ଏବଂ କାର୍ଯ୍ୟ ଦକ୍ଷତା ବେଶ୍‌ ଉଚ୍ଚକୋଟୀର ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ସେହିପରି ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପୀୟୂଷ ଗୋଏଲ୍‌, ସ୍ମୃତି ଇରାନୀ, ନୀତୀନ ଗଡ଼କରୀ, ନିର୍ମଳା ସୀତାରମଣଙ୍କ ନାମ ନବରତ୍ନରେ ସାମିଲ ହେବାର ସମ୍ଭାବନା ଥିବା ଆକଳନ କରାଯାଉଛି। ରବିଶଙ୍କର ପ୍ରସାଦ, ରାଜବର୍ଦ୍ଧନ ରାଠୋର ତଥା ଜେ.ପି ନଡ୍ଡାଙ୍କୁ ମଧ୍ୟ ନବରତ୍ନରେ ସାମିଲ କରାଯିବାର ଆଶା ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି।

Share