Categories: ଜାତୀୟ

ମୋଦିଙ୍କ ନାଁର ଅର୍ଥ ବୁଝାଇଲେ ଶିବରାଜ

ଭୋପାଳ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୋଦିଙ୍କ ନାଁର ଅର୍ଥ ବୁଝାଇଛନ୍ତି। ସେ କହିଛନ୍ତି ମୋଦି ନାମ ଏକ ମନ୍ତ୍ର। ଏଥିରେ ‘ଏମ୍‌’ର ଅର୍ଥ ‘ମୋଟିଭେଶନ’ ଏହା ଦେଶକୁ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ ଓ ଆମକୁ ପ୍ରେରଣା ଦେଇଥାଏ। ‘ଓ’ର ଅର୍ଥ ହେଉଛି ‘ଅପରଚ୍ୟୁନିଟି’। ଏହା ଦେଶରେ ଲୁଚି ରହିଥିବା ଅବସରକୁ ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ। ‘ଡି’ର ଅର୍ଥ ହେଉଛି ‘ଡାଇନାମିକ ଲିଡରଶିପ’ ଓ ‘ଆଇ’ର ଅର୍ଥ ହେଉଛି ‘ଇନସ୍ପାୟର’ ଏହା ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରେରଣା ଦେଇଥାଏ। ସୂଚନାଯୋଗ୍ୟ, ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଏକ ବର୍ଷ ପୂରଣ ଅବସରରେ ନିଜେ ମୋଦି ଦେଶବାସୀଙ୍କୁ ଏକ ଖୋଲା ଚିଠି ମାଧ୍ୟମରେ ସମ୍ବୋଧନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

Share