ମୋଦିଙ୍କ ନାଁ ନେବାରୁ ପାକିସ୍ତାନ ନେତାଙ୍କୁ ଲାଗିଲା କରେଣ୍ଟ

ଇସ୍‌ଲାମାବାଦ.୩୦।୮: ଏବେ ଭାରତ ନାଁ ନେଉ ନେଉ ପାକିସ୍ତାନକୁ ଲାଗିଲାଣି କରେଣ୍ଟ। ଶୁକ୍ରବାର ପାକିସ୍ତାନର ରେଲ ମନ୍ତ୍ରୀ ଶେଖ୍‌ ରସିଦ୍‌ ଅହମ୍ମଦ ଏକ ଜନସଭାକୁ ସମ୍ବୋଧନ ଦେବା ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଉଚ୍ଚାରଣ କରିଥିଲେ। ଆଉ ଏହି ସମୟରେ ତାଙ୍କୁ ଲାଗିଥିଲା ଇଲେକ୍ଟଟ୍ରିକ୍‌ କରେଣ୍ଟ। ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ରସିଦ୍‌ କହୁଛନ୍ତି ଯେ ପାକିସ୍ତାନ ମୋଦିଙ୍କ ଉଦ୍ଦେଶ୍ୟକୁ ବୁଝି ପାରୁଛି। ଆଉ କରେଣ୍ଟ ଲାଗିବା ପରେ ମନ୍ତ୍ରୀ କହୁଛନ୍ତି ବୋଧହୁଏ କରେଣ୍ଟ ଲାଗିଗଲା। ଠିକ୍‌ ଅଛି ହେଲେ ମୋଦି ଚାହିଁଲେ ବି ଏହି ଜନସଭାକୁ ଭାଙ୍ଗି ପାରିବେ ନାହିଁ। ସୂଚନାଯୋଗ୍ୟ, ରସିଦ୍‌ ୨ ଦିନ ପୂର୍ବରୁ ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରି ଆସିଥିଲେ ଚର୍ଚ୍ଚାକୁ। ତେବେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର ବିଳିବିଳାଉଛି।

Share