ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡିଛି। ଏହାକୁ ଦେଖି ସହରରେ ରହି କାମ କରୁଥିବା ଅଧିକାଂଶ ଲୋକେ ଏବେ ଗାଁ ମୁହାଁ ହୋଇଛନ୍ତି। କେବଳ ସେତିକି ନୁହେଁ କରୋନାର ସଂକ୍ରମଣକୁ ଦେଖି ମଧ୍ୟ କେତେକ ଲୋକେ ଗାଁକୁ ଫେରି ଯାଉଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି ସହର ଛାଡି ଆପଣମାନେ ଗାଁକୁ ଯାଆନ୍ତୁ ନାହିଁ। ଯେଉଁମାନେ ଯେଉଁଠି ଅଛନ୍ତି ସେହିଠାରେ କିଛିଦିନ ରୁହନ୍ତୁ। ଫଳରେ କରୋନା ସଂକ୍ରମିତ ହୋଇପାରିବ ନାହିଁ ବୋଲି ମୋଦି କହିଛନ୍ତି। ଜନତା କର୍ଫ୍ୟୁର ଗୋଟିଏ ଦିନ ପୂର୍ବରୁ ମୋଦି ଏହା କହିବା ସହ ଆହୁରି ମଧ୍ୟ କହିଥିଲେ, କାମ ନ ଥାଇ ରେଲଓ୍ବେ ଷ୍ଟେଶନ, ବସ୍‌ ଷ୍ଟାଣ୍ଡରେ ଭିଡ ଜମାନ୍ତୁ ନାହିଁ। ପରିବାରର ସ୍ବାସ୍ଥ୍ୟକଥା ଚିନ୍ତା କରନ୍ତୁ। ଯେତେ ସମ୍ଭବ ଘରେ ରୁହନ୍ତୁ।

Share