Categories: ଜାତୀୟ

ମୋଦିଙ୍କ ନୂଆବର୍ଷ ଭେଟି: ୬ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା କିଷାନ୍‌ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତି

ବେଙ୍ଗାଲୁରୁ,୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ଦ୍ୱିତୀୟ ଦିନରେ ଦେଶର ୬କୋଟି ଚାଷୀଙ୍କୁ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ଯୋଜନାର ତୃତୀୟ କିସ୍ତିକୁ ଡିଜିଟାଲ ଦେଣନେଣ ମାଧ୍ୟମରେ ସେ କର୍ନାଟକର ଟୁକମାରଠାରେ ଆୟୋଜିତ ଏକ ସାଧାରଣ ସଭାରେ ଚାଷୀଙ୍କୁ ପ୍ରଦାନ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ମୋଟ ୧୨ ହଜାର କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି। ଯୋଜନା ଅନ୍ତର୍ଗତ ପ୍ରତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ବର୍ଷରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ଚାଷୀମାନେ ପୂର୍ବ ୨ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପାଇଥିବାବେଳେ ଏବେ ଅବଶିଷ୍ଟ ୨ ହଜାର ଟଙ୍କା ପାଇଛନ୍ତି।

Share