Categories: ଜାତୀୟ

ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଜାରି ରହିଛି: ଅମିତ ଶାହ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର ଦେଶବାସୀଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଦ୍ରୁତ ବିକାଶ ଧାରା ଜାରି ରହିଛି। ଦେଶ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ପାରମ୍ପରିକ କ୍ଷେତ୍ରରେ ଅଗ୍ରଗତି ଜାରି ରଖିଛି। ଦେଶବାସୀ ନୂଆ ଭାରତ ଗଠନ ପାଇଁ ସରକାରଙ୍କ ସହିତ କାନ୍ଧ ମିଳାଇ ଚାଲିବା ଲାଗି ସଂକଳ୍ପ ନେବା ଆବଶ୍ୟକ। ଏହାଦ୍ୱାରା ବିକଶିତ ଭାରତ ଗଠନ ପ୍ରକିୟା ସହଜ ହୋଇପାରିବ।

Share