ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ୨୦୨୦ ସୁଦ୍ଧା ୨ଟି ବୋଇଂ-୭୭୭ ବିମାନ ଅଣାଯିବ। ଏହି ବିମାନ ଦୁଇଟି କ୍ଷେପଣାସ୍ତ୍ର ପ୍ରତିରୋଧୀ। ଏଥିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପରି ବ୍ୟବସ୍ଥା ସହିତ ଅନ୍ୟ ଯୋଗାଯୋଗ ସୁବିଧା ରହିଛି। ଏଥିପାଇଁ ଆମେରିକା ସହିତ ୧୯ କୋଟି ଡଲାରର ଚୁକ୍ତି ହୋଇଛି। ଆବଶ୍ୟକ ସ୍ଥଳେ ଏହି ଏୟାରଫୋର୍ସ-ଓ୍ବାନ୍ ବିମାନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମଧ୍ୟ ବ୍ୟବହାର କରିପାରିବେ। ସୂଚନାଯୋଗ୍ୟ, ସମ୍ପ୍ରତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଯିବା ଆସିବାରେ ବୋଇଂ ବି-୭୪୭ର ବ୍ୟବହାର କରାଯାଉଛି। ଏହା ପ୍ରାୟ ୨୦ ବର୍ଷ ତଳର ପୁରୁଣା ବିମାନ।