Categories: ଜାତୀୟ

ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କଲେ ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ,୨୫।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ଦେଶ ବିଦେଶରୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି। ଏଥିରେ ବଲିଉଡ୍‌ କଳାକାର ମଧ୍ୟ ସାମିଲ ଅଛନ୍ତି। ତେବେ ବଲିଉଡ୍‌ ଅଭିନେତ୍ରୀ ପୂର୍ଣ୍ଣା ଜଗନ୍ନାଥନ୍‌ ମୋଦିଙ୍କ ବିଜୟରେ ଦୁଃଖ ପ୍ରକାଶ କରିଛନ୍ତି। ମୋଦିଙ୍କ ନିରଙ୍କୁଶ ବିଜୟ ଦ୍ୱାରା ଦେଶରେ ହିନ୍ଦୁରାଷ୍ଟ୍ରବାଦ ବୃଦ୍ଧି ପାଇବା ସହିତ କିଛି ନିଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରୁ ଦୂରେଇବା ଆଶଙ୍କା ରହିଛି ବୋଲି ପୂର୍ଣ୍ଣା ଟୁଇଟ୍‌ କରିଛନ୍ତି। ଏନେଇ ତାଙ୍କୁ ଭୟ ଲାଗୁଥିବା ସେ ସୂଚନା ଦେଇଛନ୍ତି।

Share