Categories: ଜାତୀୟ

ମୋଦିଙ୍କ ବିମାନ ପାକିସ୍ତାନ ଆକାଶରେ ଉଡିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବତନ୍ତ୍ର ବିମାନ କିରଗିଜସ୍ତାନ ଯାତ୍ରା କରିବା ସମୟରେ ପାକିସ୍ତାନ ଆକାଶ ପତକୁ ବ୍ୟବହାର କରିପାରିବ ବୋଲି ସୂଚନା ମିଳିଛି। ଏ ନେଇ ଇମ୍ରାନ୍‌ ସରକାର ଖୁବ୍‌ଶୀଘ୍ର ଅନୁମତି ଦେବେ ବୋଲି ଜଣାପଡିଛି। ମୋଦି ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ(ଏସ୍‌ସିଓ) ସମିଟ୍‌ରେ ଯୋଗଦେବାକୁ ଥିବା ବେଳେ ସେ ପାକିସ୍ତାନ ଦେଇ କିରଗିଜସ୍ତାନ ଯାତ୍ରା କରିବେ। ୧୩-୧୪ ଜୁନରେ ହେବାକୁ ଥିବା ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି।

Share