Categories: ଜାତୀୟ

ମୋଦିଙ୍କ ବିରୋଧରେ ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସିପିଆଇ ଏମ୍‌ପି ରାଜ୍ୟ ସଭାରେ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିଛନ୍ତି। ମୋଦି ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ନେଇ ଦେଇଥିବା ମନ୍ତବ୍ୟକୁ ସିପିଆଇ ଏମ୍‌ପି ବିନୋୟ ବିଶ୍ୱମ ବିରୋଧ କରିଛନ୍ତି। ନିଜ ରାଜନୈତିକ ସ୍ବାର୍ଥ ପାଇଁ ମୋଦି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଉକ୍ତିର ଅର୍ଥକୁ ଅନର୍ଥ କରି ଉପସ୍ଥାପନ କରିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ରାଜ୍ୟ ସଭା ସେକ୍ରେଟାରୀ ଜେନେରାଲଙ୍କୁ ଚିଠି ଲେଖିଛନ୍ତି।

Share