Advertisement

ମୋଦିଙ୍କ ଭାଷଣ ଶୁଣିବାକୁ ନାମ ପଞ୍ଜୀକରଣ କଲେ ୫୦ ହଜାର ଲୋକ

ହଷ୍ଟନ,୨୩।୮: ଆସନ୍ତା ମାସରେ ଆମେରିକାର ହଷ୍ଟନଠାରେ ଥିବା ଏନ୍‌ଜିଆର୍‌ ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଉଦ୍‌ବୋଧନ ଶୁଣିବା ଲାଗି ଗତ ୩ ସପ୍ତାହ ମଧ୍ୟରେ ପାଖାପାଖି ୫୦ ହଜାର ବ୍ୟକ୍ତି ସେମାନଙ୍କ ନାଁ ପଞ୍ଜୀକରଣ କରିଥିବା ଜଣାପଡିଛି। ‘ହାଓଡି ମୋଦି’ ନାମକ ଏହି ଇଭେଣ୍ଟକୁ ଟେକ୍ସାସ ଇଣ୍ଡିଆ ଫୋରମ ଦ୍ୱାରା ଆୟୋଜନ କରାଯାଇଛି। ଏହାର ଥିମ୍‌ ରହିଛି, ‘ଶେୟାର୍ଡ ଡ୍ରିମ୍ସ, ବ୍ରାଇଟ୍‌ ଫ୍ୟୁଚର୍ସ’। ଆମେରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ଏଥିରେ ସାମିଲ କରାଯାଇଛି। ଯଦି ଏହି ଉଦ୍‌ବୋଧନ ସମାରୋହରେ ହାଫ୍‌ ମିଲିୟନ୍‌ ଲୋକ ଯୋଗ ଦିଅନ୍ତି ତେବେ ପ୍ରଥମ ଥର ଲାଗି ଜଣେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଶୁଣୁଥିବା ଏହା ଉତ୍ତର ଆମେରିକାର ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share