ନୂଆଦିଲ୍ଲୀ,୧୩।୧୦: ସୋସିଆଲ୍ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ମାମଲ୍ଲାପୁରମ୍ ସମୁଦ୍ରକୂଳରୁ ମଇଳା ଉଠାଇବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅଭିନେତା ପ୍ରକାଶ ରାଜ୍ ସମାଲୋଚନା କରିଛନ୍ତି। ସେ ଏହି ଭିଡ଼ିଓକୁ ଟୁଇଟରରେ ଅପଲୋଡ୍ କରି ପ୍ରଶ୍ନ କରିଛନ୍ତି, ଏକା ଏକା କ୍ୟାମେରାମ୍ୟାନ୍ଙ୍କ ଆଗରେ ଶୁଟିଂ ପାଇଁ ମୋଦିଙ୍କୁ କିପରି ଛାଡ଼ି ଦିଆଗଲା। ଦେଶକୁ ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗ୍ ଆସିଥିବା ଜାଣି ମଧ୍ୟ କିପରି ପ୍ରଶାସନ ପକ୍ଷରୁ ସମୁଦ୍ର କୂଳକୁ ସଫା କରା ଗଲା ନାହିଁ। ପ୍ରକାଶଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
Posted inଜାତୀୟ