ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାପରେ ଶୁକ୍ରବାର ମୋଦି ସରକାରଙ୍କ ପ୍ରାୟ ୫୭ ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଛି। ଏଥିମଧ୍ୟରେ ୨୪ କ୍ୟାବିନେଟ ମନ୍ତ୍ରୀ, ୨୪ ରାଷ୍ଟ୍ର ପାହ୍ୟା ଓ ୯ ଜଣଙ୍କୁ ରାଜ୍ୟମନ୍ତ୍ରୀ (ସ୍ବତନ୍ତ୍ର ପାହ୍ୟା) ବିଭାଗ ମିଳିଛି। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଆମେଠିରୁ ନବନିର୍ବାଚିତ ଏମ୍ପି ୪୩ ବର୍ଷୀୟା ସ୍ବୃତି ଇରାନୀ ସର୍ବକନିଷ୍ଠା ହୋଇଥିବା ବେଳେ ରାମବିଳାସ ପାଶଓ୍ବାନ ବୟୋଜ୍ୟେଷ୍ଠ ମନ୍ତ୍ରୀ ତାଲିକାରେ ଆସିଛନ୍ତି। ପାଶଓ୍ବାନଙ୍କ ବୟସ ୭୩ ବର୍ଷ ହୋଇଥିବା ବେଳେ ତାଙ୍କ ନିକଟରେ ଅଛନ୍ତି ଥାଓ୍ବର ଚାନ୍ଦ ଗେହଲୋଟ୍ ଓ ସନ୍ତୋଷ କୁମାର ଗାଙ୍ଗଓ୍ବାର୍। ଏମାନଙ୍କ ବୟସ ୭୧ ବର୍ଷ।