Categories: ଜାତୀୟ

ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି

ଗାନ୍ଧିନଗର,୧୩।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାତ୍ରା କରିଛନ୍ତି। ଏହି ଅବସରରେ ସେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦିଙ୍କୁ ସାକ୍ଷାତ୍‌ କରିଥିବା ସୂଚନା ମିଳିଛି। ଗାନ୍ଧିନଗରରେ ଥିବା ତାଙ୍କ ଘରେ ରାଷ୍ଟ୍ରପତି ହିରାବେନଙ୍କୁ ଭେଟି ତାଙ୍କ ସହ କିଛି ସମୟ କଟାଇଛନ୍ତି। ସେଠାରେ ସେ ହିରାବେନଙ୍କ ସହ କଥା ହେବା ବେଳେ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି।

Share