Categories: ଜାତୀୟ

ମୋଦିଙ୍କ ରଥ ରୋକିବା ପାଇଁ ସୋନିଆଙ୍କ ପ୍ରସ୍ତୁତି: ବିରୋଧୀ ନେତାଙ୍କୁ କଲେ ଫୋନ୍‌ !

ନୂଆଦିଲ୍ଲୀ,୧୫।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ବାକି ରହିଛି। ଏହା ମେ ୧୯ରେ ହେବ। ପରେ ମେ ୨୩ରେ ଭୋଟ ଗଣତି କରାଯିବ। ଫଳାଫଳ ପୂର୍ବରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ରଥ ରୋକିବା ଅଭିଯାନ। କେନ୍ଦ୍ରରୁ କିଭଳି ମୋଦିଙ୍କୁ ଦୂରେଇ ରଖାଯିବ ସେ ନେଇ ସୋନିଆ ଆରମ୍ଭ କରିଛନ୍ତି ଯୋଜନା। ସୋନିଆ ଫୋନ୍‌ କରି ନେତାଙ୍କୁ ସେମାନେ ମେ ୨୨,୨୩ ଏବଂ ୨୪ରେ ଦିଲ୍ଲୀ ରହୁଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିବା କୁହାଯାଉଛି। ନିର୍ବାଚନ ଫଳାଫଳ ପୂର୍ବରୁ ସୋନିଆ ବିରୋଧୀ ଦଳ ନେତାଙ୍କ ସହିତ ବୈଠକ କରିବା ଯୋଜନା କରୁଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ନିର୍ବାଚନ ପୂର୍ବରୁ ମିଳିତ ହୋଇପାରି ନ ଥିବା ବିରୋଧର ଦଳ ନେତାଙ୍କୁ ନିର୍ବାଚନ ପରେ ଏକାଠି କରିବାକୁ ସୋନିଆ ଅଣ୍ଟା ଭିଡ଼ିଥିବା କୁହାଯାଉଛି।

Share