ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ କାହିଁକି ଯୋଗଦେଇ ନ ଥିଲେ ସଲମାନ

ମେ ୩୦ରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଫିଲ୍ମ ଜଗତର ବହୁ କଳାକାର ଯୋଗଦେଇଥିଲେ ମଧ୍ୟ ବଲିଉଡ ଭାଇଜାନ ସଲମାନ ଖାନ୍‌ ଯୋଗଦେଇ ନ ଥିଲେ। ଏନେଇ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ସଲ୍ଲୁ ନିଜେ ଏହାର ଖୁଲାସା କରିଛନ୍ତି। ଅଭିନେତା ଅଜୟ ଦେବଗନଙ୍କ ପିତାଙ୍କ ଦେହାନ୍ତ ପରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସେଠାକୁ ଯାଇଥିବାରୁ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟରେ ଯୋଗଦେଇପାରି ନ ଥିଲି ବୋଲି ସଲମାନ କହିଛନ୍ତି। ମୋ ପାଇଁ ପରିବାର ଏବଂ ବନ୍ଧୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Share