Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ୬ ହଜାର ୫ ଶହ ଅତିଥି

ନୂଆଦିଲ୍ଲୀ,୨୯।୫:  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ୭ଟାରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପରିସରରେ ହେବାକୁ ଥିବା ଏହି ଉତ୍ସବରେ ୬ ହଜାର ୫ଶହ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ସହିତ କେତେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି। ୨୦୧୪ରେ ଶପଥ ଗ୍ରହଣ ଉତ୍ସବରେ ୫ ହଜାର ଅତିଥି ଯୋଗଦେଇଥିଲେ। ଏହି ଉତ୍ସବରେ ନେପାଳ, ଭୁଟାନ୍‌, ମରିସସ୍‌ ଆଦିର ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା, ମ୍ୟାନ୍‌ମାର୍‌ ଓ ବାଂଲାଦେଶର ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଥାଇଲାଣ୍ଡ୍‌, କିରଗିଜ୍‌ସ୍ତାନ ଆଦିର ପ୍ରତିନିଧି ଯୋଗ ଦେବେ ବୋଲି କୁହାଯାଉଛି। ଏହି ଉତ୍ସବରେ ଦକ୍ଷିଣ ସୁପର ଷ୍ଟାର ରଜନୀକାନ୍ତ, କମଲହାସନ ମଧ୍ୟ ଯୋଗଦେବେ। ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share