Advertisement

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପୁଲଓ୍ବାମା ଶହିଦ ଯବାନଙ୍କ ପରିବାର

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ପରିବାର। କେବଳ ଶହିଦଙ୍କ ମା’ ହିଁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେଇପାରିବେ। ମେ ୩୦ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦେଶବିଦେଶର ୭୦୦୦ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୪ରେ ଜମ୍ମୁ-କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହିଦ୍‌ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share