Advertisement

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ପହଞ୍ଚିଥିବା ବେଳେ ବଲିଉଡ୍‌ ଦୁନିଆର କେତେଜଣ ବଛାବଛା କଳାକାର ମଧ୍ୟ ପହଞ୍ଚିଥିଲେ। ହେଲେ ଅତିଥି ତାଲିକାରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାଁ ଥିଲେ ମଧ୍ୟ ଉକ୍ତ ଉତ୍ସବରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ମୋଦିଙ୍କ ସହ ଏକ ସାକ୍ଷାତ୍‌କାରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅକ୍ଷୟ କାହିଁକି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନ ଥିଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା। ଅସଲ କଥା ହେଲା ଗୁରୁବାର ସେ ଭାରତରେ ନ ଥିଲେ। କୌଣସି କାମରେ ସେ ବିଦେଶ ଯାତ୍ରା କରିଥିବାରୁ ଉକ୍ତ ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ। ତେବେ ଅନ୍ୟମାନଙ୍କ ମଧ୍ୟରେ ଅନୁପମ ଖେର୍‌, କଙ୍ଗନା ରାନାଓ୍ବତ୍‌, କରନ୍‌ ଯୋହର ଆଦିଙ୍କୁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share