Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର

ନୂଆଦିଲ୍ଲୀ, ୨୯।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ମୃତ୍ୟୁବରଣ କରିଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ପରିବାର। ୬ବର୍ଷ ଭିତରେ ରାଜ୍ୟରେ ୫୧ ଜଣ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏଥିମଧ୍ୟରୁ ଅଧିକାଂଶ ପଞ୍ଚାୟତ ଏବଂ ଲୋକ ସଭା ନିର୍ବାଚନବେଳେ ଘଟିଥିବା ହିଂସାରେ ମୃତ୍ୟୁବରଣ କରିଛନ୍ତି। ମେ ୩୦ରେ ଆୟୋଜିତ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଦେଶବିଦେଶର ୭୦୦୦ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ମମତାଙ୍କ ଗଡ ବିଜୟ କରିବାକୁ ଆଗୁଆ ଯୋଜନା ପ୍ରସ୍ତୁତ କରୁଛି ଭାଜପା। ଏହି କ୍ରମରେ ରାଜ୍ୟକୁ ଭାଜପା ପକ୍ଷରୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଥିବା କୁହାଯାଉଛି।

Share