Categories: ଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଲାଗି ଦିଲ୍ଲୀରେ ୧୦ ହଜାର ଯବାନ ମୁତୟନ

ନୂଆଦିଲ୍ଲୀ,୩୦।୫: ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ, ମଞ୍ଚ ପ୍ରସ୍ତୁତ, ଅତିଥି ମଧ୍ୟ ପହଞ୍ଚି ସାରିଛନ୍ତି। ଗୁରୁବାର ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ଦାମୋଦାର ଦାସ ମୋଦି। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଏହି ଉତ୍ସବରେ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବରିଷ୍ଠ ନେତା, ବିରୋଧୀ, ଖେଳ ଜଗତର ନାମୀଦାମୀ ବ୍ୟକ୍ତି, ଉଦ୍ୟୋଗପତି ଆଦି ଯୋଗଦେବେ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଏଥିପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

Share