ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ ପ୍ରଦର୍ଶନ ଦେଖାଇ ବିଜୟ ହାସଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଲିଉଡ୍‌ରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି। ବିବେକ ଓବେରୟଙ୍କ ଠାରୁ ଆରମ୍ଭ କରି ଅନୁପମ ଖେରଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ଶବାନା ଆଜମୀ ମଧ୍ୟ ଟ୍ବିଟ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାଧାରଣ ଜନତା ବହୁମତ ମିଳିଥିବାରୁ ଭାଜପା ଓ ଏନଡିଏକୁ ଶୁଭେଚ୍ଛା ବୋଲି ଟୁଇଟରରେ ଲେଖିଥିଲେ ଶବାନା। ଏହାପରେ ସୋସିଆଲ ମିଡିଆରେ ଶବାନାଙ୍କୁ ଟ୍ରଲ କରାଯାଇଥିବା ଦେଖିବାକୁ ମିଳିଛି। ଜଣେ ୟୁଜର୍ସ ତାଙ୍କୁ ସମଝୌତା ଏକ୍ସପ୍ରେସରୁ ପାକିସ୍ତାନ ପଳାଅ ବୋଲି ଲେଖିଥିବା ବେଳେ ଆଉ ଜଣେ ଦେଶ ଛାଡି କେବେ ଯିବ ବୋଲି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି।

Share