Categories: ଜାତୀୟ

ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା ସହ ସମାନ: ଖୁର୍ସିଦ

ନୂଆଦିଲ୍ଲୀ,୧।୯: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ମୋଦିଙ୍କ ସମୟରେ ଭଲ ଖୋଜିବା ଅଳିଆରୁ ଛୁଞ୍ଚି ଖୋଜିବା ସହ ସମାନ’। କାରଣ ମୋଦି ଯଦି ଭଲ କାମ କରୁ ଥାଆନ୍ତେ ତେବେ ତାଙ୍କୁ ନିଶ୍ଚିତ ଭାବେ ପ୍ରଶଂସା ମିଳୁଥାଆନ୍ତା। ହେଲେ ସେମିତି କିଛି ଘଟଣା ଦେଖାଯାଉ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଦେଶର ବିପର୍ଯ୍ୟୟକୁ ଦେଖି କଂଗ୍ରେସ ଚିନ୍ତିତ ବୋଲି ଖୁର୍ସିଦ କହିଛନ୍ତି। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ନେତା ଜୟରାମ ରମେଶ ମୋଦିଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ମୋଦିଙ୍କ ଶାସନ ଅତ୍ୟନ୍ତ ଖରାପ। ଆଉ ଏହାକୁ ଅନ୍ୟ କଂଗ୍ରେସ ନେତା ଅଭିଶେକ ମନୁ ସିଂଘବି ଓ ଶଶି ଥରୁର ମଧ୍ୟ ସମର୍ଥନ ଜଣାଇଥିଲେ। ସୂଚନାଯୋଗ୍ୟ, ଏବେ ଭାରତର ଅର୍ଥ ବ୍ୟବସ୍ଥାକୁ ନେଇ ବିଶେଷ ଭାବେ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରୁଛି।

Share