Categories: ଜାତୀୟ

ମୋଦିଙ୍କ ସହିତ ପ୍ରିୟଙ୍କାଙ୍କ ଲଢ଼େଇ ନେଇ ଚର୍ଚ୍ଚା: ଏପ୍ରିଲ୍‌ ୨୯ରେ ବାରାଣସୀରେ ଦାଖଲ କରିପାରନ୍ତି ନାମାଙ୍କନ

ନୂଆଦିଲ୍ଲୀ, ୨୫।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାରାଣସୀ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ହେଉଛି। ମୋଦି ଏଠାରେ ଏପ୍ରିଲ୍‌ ୨୬ରେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି। ମୋଦିଙ୍କ ପରେ ପ୍ରିୟଙ୍କା ଏପ୍ରିଲ୍‌ ୨୯ରେ ବାରାଣସୀରେ ନାମାଙ୍କନ ଦାଖଲ କରିବାର ଯୋଜନା କଂଗ୍ରେସ ପକ୍ଷରୁ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ଏପ୍ରିଲ୍‌ ୨୭ରେ ଘୋଷଣା କରାଯିବାର ସମ୍ଭାବନା ରହିଛି।

Share