ମୋଦିଙ୍କ ସହ ଡିନର୍‌ କରିବାକୁ ଚାହାଁନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ ଏବେ ତାଙ୍କ ଅପ୍‌ କମିଙ୍ଗ୍‌ ଫିଲ୍ମ ଭାରତ ପାଇଁ ଖୁବ୍‌ ବିଜି ରହୁଛନ୍ତି। ଲଗାତର ଫିଲ୍ମର ପମୋଶନ ଇଭେଣ୍ଟରେ ଦେଖିବାକୁ ମିଳୁଛି କ୍ୟାଟ୍ରିନା ଓ ସଲମାନଙ୍କୁ। ତେବେ ନିକଟରେ ଏମିତି ଏକ ଇଭେଣ୍ଟରେ ଯୋଗ ଦେଇଥିବା କ୍ୟାଟ୍ରିନାଙ୍କ ରୁଚିକୁ ନେଇ କିଛି ପ୍ରଶ୍ନ ପଚରା ଯାଇଥିଲା। ଯେଉଁଥିରେ ସାମିଲ ଥିଲା ସେ ଡିନର୍‌ କରିବାକୁ କାହାସହ ପସନ୍ଦ କରିବେ। ଏଥିରେ ସେ ୩ ଜଣଙ୍କ ନାଁ କହିଥିଲେ। ଯେଉଁଥିରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଡିନର୍‌ ପାଇଁ ଇଚ୍ଛା ରଖିଥିବା କହିଥିଲେ। ଏହାସହ ଆମେରିକା ଅଭିନେତ୍ରୀ ମାର୍ଲିନ ମୁନରେ ଓ ପୂର୍ବତନ ୟୁନାଇଟେଡ ସେକେଟାରୀ କଣ୍ଡୋଲିଜା ରାଇସଙ୍କ ନାଁ ମଧ୍ୟ ନେଇଥିଲେ।

Share