Categories: ଜାତୀୟ

ମୋଦିଙ୍କ ସହ ନିର୍ବାଚନକୁ ନେଇ ନୁହେଁ କରୋନାକୁ ନେଇ ହେଲା ଚର୍ଚ୍ଚା: ମମତା

ନୂଆଦିଲ୍ଲୀ,୨୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ ସୋମବାର ସନ୍ଧ୍ୟାରେ ରାଜଧାନୀରେ ପହଞ୍ଚିଥିଲେ । ମଙ୍ଗଳବାର ସେ ରାଜନୀତିର ଚାଣକ୍ୟ କୁହାଯାଉଥିବା ବା ରାଜନୀତି ପରାମର୍ଶଦାତା ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ । ଏହାସହ କଂଗ୍ରେସ ନେତା ଆନନ୍ଦ ଶର୍ମା ଓ କମଲନାଥଙ୍କୁ ମଧ୍ୟ ସାକ୍ଷାତ୍ କରିଥିଲେ । ବୁଧବାର ସକାଳେ ୧୦ ଜନପଥରେ ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ପ୍ରାୟ ୪ଟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ମୋଦିଙ୍କ ସହ ସାକ୍ଷାତ୍ ସମୟର ସେ ନିର୍ବାଚନକୁ ନେଇ ନୁହେଁ ବରଂ କରୋନା ମହାମାରୀକୁ ନେଇ ଚର୍ଚ୍ଚା କରିଥିବା କହିଛନ୍ତି । ପଶ୍ଚିମବଙ୍ଗକୁ ଆବଶ୍ୟକ ପରିମାଣର ଭ୍ୟାକ୍ସିନ ମିଳି ନ ଥିବା ବେଳେ ଆହୁରି ଅଧିକ ଭ୍ୟାକ୍ସିନ ଡିମାଣ୍ଡ କରିଥିଲେ ମମତା । ମୋଦି ମଧ୍ୟ ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତଙ୍କୁ ଟିକା ଦେବାକୁ କହିଥିଲେ । ମମତା ଆହୁରି ମଧ୍ୟ ପେଗାସସ ଇସ୍ୟୁକୁ ନେଇ ସେ ସର୍ବଦଳୀୟ ବୈଠକ କଥା ମୋଦିଙ୍କୁ କହିଥିବା ପ୍ରକାଶ କରିଛନ୍ତି ।

Share