ରାଞ୍ଚି,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶର ମନ୍ତ୍ରୀ, ବଲିଉଡ୍ କଳାକାର ଓ ଯବାନ, ସାଧାରଣ ଲୋକେ ଓ ଛୋଟ ପିଲାମାନେ ଯୋଗ କରିଛନ୍ତି। ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କ ସହ ଯୋଗ କରିଛନ୍ତି। ଏହି କ୍ରମରେ ପିଲାଙ୍କ ଲୋକପ୍ରିୟ ଚରିତ୍ର ମୋଟୁ ପତଲୁ ମଧ୍ୟ ମୋଦିଙ୍କ ସହ ଯୋଗ କରୁଥିବା ଦେଖିବାକୁ ମିଳିଛି। ଛୋଟ ପିଲାଙ୍କୁ ଯୋଗ ପାଇଁ ପୋତ୍ସାହିତ କରିବା ଲାଗି ରାଞ୍ଚି ହଟିଆ ସ୍ଥିତ ପ୍ରଭାତ ତାରା ପଡ଼ିଆରେ ମୋଟୁ ପତଲୁଙ୍କୁ ଅଣାଯାଇଥିଲା। ଯୋଗ ଦିବସର ମହତ୍ୱକୁ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଏହାକୁ ମାଧ୍ୟମ କରାଯାଇଥିଲା। ପିଲାମାନେ ତାଙ୍କୁ ଦେଖି ଖୁସିରେ ଯୋଗାସନ କରିଥିଲେ। ତେବେ ମୋଟଉ ପତଲୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।