Categories: ଜାତୀୟ

ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍‌ ଦେଖିବେ ହିତେଶ୍ୱର

ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ରକ୍ଷାକରି ବୋଲ୍‌ସୋନାରୋ ସମ୍ମତି ମଧ୍ୟ ପ୍ରଦାନ କରିସାରିଛନ୍ତି। ଜାନୁୟାରୀ ୨୬ରେ ଏହାକୁ ଧୁମ୍‌ ଧାମ୍‌ରେ ପାଳନ କରିବା ଲାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ସବୁଠାରୁ ବଡ଼ କଥା ହେଲା ହରିୟାଣାର ସିଭିଲ ସର୍ଭିସେସ୍‌ ଅଫିସରଙ୍କ ପୁଅ ହିତେଶ୍ୱର ଶର୍ମାଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍‌ ଦେଖିବା ଲାଗି କେନ୍ଦ୍ର ସରକାର ଆମନ୍ତ୍ରଣ କରିଛନ୍ତି। ପଞ୍ଚକୁଲାର ଏହି ଟିନ୍‌ ଏଜ୍‌ ଯୁବକ ଏବେ ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ପରେଡ୍‌ ଦେଖିବାକୁ ଦିଲ୍ଲୀ ଆସିବେ ବୋଲି ପ୍ରକାଶ କରିଛନ୍ତି। ହିତେଶ୍ୱରଙ୍କ ଦିଲ୍ଲୀରେ ଜାନୁୟାରୀ ୨୫ରୁ ୨୭ ପର୍ଯ୍ୟନ୍ତ ରହିବା, ଯାତାୟାତ ଖର୍ଚ୍ଚ ସରକାର ବହନକରିବେ ବୋଲି କହିଛନ୍ତି। ପରେଡ୍‌ ଦେଖିବା ଲାଗି ଆମନ୍ତ୍ରଣ କରାଯାଇଥିବା ୧୦୦ ମେଧାବୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ହିତେଶ୍ୱର ଅନ୍ୟତମ। ସେ ମାଟ୍ରିକ ପରୀକ୍ଷାରେ ୯୯.୬ ପ୍ରତିଶତ ମାର୍କ ରଖିଥିଲେ। କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣପତ୍ର ପାଇଥିବା ସେ କହିବା ସହ ବହୁତ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛନ୍ତି।

Share